Advertisement

People suffering for inadequate sanitation system in Mukhiguda

People suffering for inadequate sanitation system in Mukhiguda ସ୍ଵଚ୍ଛ ଭାରତ ଓ ଘରେ ଘରେ ପାନୀୟ ଜଳ ଯୋଗାଣ ପାଇଁ ସରକାର ନାରା ଦେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୁଖିଗୁଡ଼ା ଗ୍ରାମ ସେକ୍ଟର ୨ ରେ ଏହାର ସମ୍ପୂର୍ଣ୍ଣ ବିପରୀତ ଦେଖିବାକୁ ମିଳିଛି। ଉଭୟ ଜଳ ସେଚନ ବିଭାଗ ଓ ଓଡିଶା ଜଳ ବିଦ୍ୟୁତ ନିଗମ ନିଜ କର୍ତ୍ତ୍ୟବ୍ୟ ରୁ ମୁହଁ ମୋଡୁଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ପଡିଥିବା ଅଳିଆ ଆବର୍ଜନା ଓ ଅପରିଷ୍କାର ନାଳ ପୂତିଗନ୍ଧମୟ ପରିବେଶ ସୃଷ୍ଟି ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଶା ମାଛି ଙ୍କ ଯୋଗୁଁ ଲୋକେ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି। ଉଦବେଗ ର ବିଷୟ ହେଉଛି ଏହି କଲୋନୀ ବାସିନ୍ଦା ବ୍ୟବହାର କରୁଥିବା ଏକମାତ୍ର ନଳକୂପ ରେ ବାହାରୁ ନାଳର ଦୂଷିତ ପାଣି ପଶୁଥିବାରୂ ବିଭିନ୍ନ ସମୟରେ କୂପ ମଧ୍ଯରୁ ବେଙ୍ଗ ର ଅବୟବ ଚମଡା ଓ ଗୋଡ଼ ସହ ଜିଆ ବାହାରୁ ଥିବାରୂ ଲୋକେ ଦୂର ଦୂରାନ୍ତ ରୁ ପାନୀୟଜଳ ଆଣିବାକୁ ବାଧ୍ୟ ହେଉଛନ୍ତି। ସବୁଠାରୁ ସମ୍ବେଦନଶୀଳ ପ୍ରସଙ୍ଗ ଏହିଯେ ଗ୍ରାମପଞ୍ଚାୟତ ପ୍ରତିନିଧି ମାନେ ମଧ୍ଯ ଲୋକଙ୍କ ସମସ୍ୟା କୁ ଏଡେଇ ଯାଉଛନ୍ତି। ଘଟଣା ର ନିରାକରଣ କରି ବସ୍ତି ବାସିନ୍ଦା ଙ୍କୁ ନ୍ୟାୟ ପ୍ରଦାନ ପାଇଁ ସର୍ବସାଧାରଣ ରେ ଦାବି ହୁଏ।

#odishatimes,#odisha time,#kalahandi news,#odisha news,People suffering for inadequate sanitation system in Mukhiguda,

Post a Comment

0 Comments